ଶୀତଦିନେ ତ୍ୱଚା ଏବଂ ପାଦର ଯତ୍ନ ଲାଗି ଘରେ କରନ୍ତୁ ସ୍କ୍ରବ୍‌

ଶୀତଦିନେ ତ୍ୱଚା ଏବଂ ପାଦର ଯତ୍ନ ଲାଗି ଘରେ କରନ୍ତୁ ସ୍କ୍ରବ୍‌

ଶୀତଦିନେ ତ୍ୱଚାର ଯତ୍ନ ନେବା ଭାରି କଷ୍ଟ ଲାଗେ । କାରଣ ଶୀତଦିନେ ପାଣି ବି ଥଣ୍ଡା ଲାଗେ । ଯେଉଁଥି ପାଇଁ ଅନେକ ଲୋକ ତ୍ୱଚାର ଯତ୍ନ ନେବାକୁ ଅବହେଳା କରନ୍ତି । କିନ୍ତୁ ତ୍ୱଚାର ଯତ୍ନ ନେବା ଜରୁରୀ ଅଟେ । କାରଣ ତ୍ୱଚାକୁ ଯତ୍ନ ନ ନେଲେ ତ୍ୱଚା ଶୁଷ୍କ ପଡିଯାଏ । ଯାହା ଫଳରେ ତ୍ୱଚା କୁଂଚିତ ଓ ରୁକ୍ଷ ଦେଖାଯାଏ । ଯଦି ଆପଣ ଏଭଳି କିଛି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ପ୍ରାକୃତିକ ଉପଚାର କରନ୍ତୁ । ଯାହା ଆପଣଙ୍କ ତ୍ୱଚାର ଶୁଷ୍କ, ତୈଳାକ୍ତ, ରୁକ୍ଷ ପଣରୁ ମୁକ୍ତି ଦେବ ।

ଶୁଷ୍କ ତ୍ୱଚା

ସମାନ ପରିମାଣର ଆଲମଣ୍ଡ ଓ ଆପ୍ରିକଟ ବାଟି, ଚନ୍ଦନ ତେଲରେ ମିଶାଇ ମୁହଁରେ ବୋଳନ୍ତୁ । ଏକ ଘଂଟା ପରେ ସାଧାରଣ ପାଣିରେ ଧୁଅନ୍ତୁ । ପ୍ରତିଦିନ ଏହି ପରି କରନ୍ତୁ ।

ତୈଳାକ୍ତ ତ୍ୱଚା

ଦୁଇ ଚାମଚ କମଳା ଚୋପା ଗୁଣ୍ଡ, ଏକ ଚାମଚ ଆଲମଣ୍ଡ ଗୁଣ୍ଡ, ଏକ ଚାମଚ ମହୁ ଏବଂ ଅଳ୍ପ ଗୋଲାପ ଜଳ ଭଲ ଭାବରେ ମିଶାଇ ମୁହଁରେ ଧୀରେ ଧୀରେ ଦଶ ମିନିଟ ମାଲିସ କରନ୍ତୁ । ତାହା ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଦିନେ ଛାଡି ଦିନେ ଏହି ଉପଚାର କରନ୍ତୁ ।

ସାଧାରଣ ତ୍ୱଚା

ଗୋଲାପ ଜଳରେ ମୁହଁ ସଫାକରି, ଆଖି ତଳ, ଗାଲ, ବେକରେ ପ୍ରଥମେ ଆଲମଣ୍ଡ ତେଲ ମାରନ୍ତୁ । ତିନିଟି ପାଚିଲା ଡିମିରି, ଏକ ଚାମଚ ଅଟା, ଅଧ ଚାମଚ ଲେମ୍ବୁ ରସ, ଏକ ଚାମଚ ମହୁ ଓ ଗୋଟିଏ ଅଣ୍ଡା ଏକାଠି ଫେଣ୍ଟି, ମୁହଁ ଏବଂ ବେକରେ ଦଶ ମିନିଟ୍ ମାଲିସ କରି ଧୋଇଦିଅନ୍ତୁ । ଦିନେ ଛାଡି ଦିନେ ଏ ପରି କଲେ, ତ୍ୱଚା ସୁରକ୍ଷିତ ରହିବ ।

ଶୀତଦିନେ ପାଦର ଯତ୍ନ ଲାଗି ଘରେ ତିଆରି କରନ୍ତୁ ସ୍କ୍ରବ୍‌

ପାଦର ଯତ୍ନ ନେବା ଅଧିକ ଜରୁରୀ। ମାତ୍ର ବହୁତ କମ୍‌ ଲୋକ ପାଦର ଯତ୍ନ ନେଇଥାନ୍ତି। ତେଣୁ ଅଧିକାଂଶ ମହିଳାଙ୍କଠାରେ ପାଦ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ। ତ୍ବଚାର ଠିକ୍‌ ଭାବେ ଯତ୍ନ ନ ନେବା ଫଳରେ ମୃତ କୋଷିକା ଜମିବାରେ ଲାଗିଥାଏ। ତ୍ବଚା ଶୁଷ୍କ ହେବା ସହ ନିର୍ଜୀବ ଲାଗେ। ଯାହାଫଳରେ ଗୋଇଠି ଫାଟିବାରେ ଲାଗେ। ଏଥିରୁ ବଞ୍ଚିବା ଲାଗି ସପ୍ତାହରେ ଅନ୍ୟୁନ୍‌ ଥରେ ନିଜ ପାଦରୁ ଏହି ମୃତ କୋଷିକା ବାହାର କରିବା ନିହାତି ଦରକାର।

  1. ବ୍ରାଉନ୍‌ ସୁଗାର(ଅନ୍‌ରିଫାଇଣ୍ଡ ସୁଗାର)ରେ ୩-୪ ଚାମଚ ନଡ଼ିଆ ତେଲ ପକାନ୍ତୁ। ଏଥିରେ ୬-୭ ବୁନ୍ଦା ପିପରମିଣ୍ଟ ଏସେନସିଆଲ ଅଏଲ ମିଶାଇ ନିଜ ପାଦକୁ ୫ରୁ ୧୦ ମିନିଟ୍‌ ଯାଏ ସ୍କ୍ରବ୍‌ କରନ୍ତୁ। ଏହା ପରେ ହାଲୁକା ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ।
  2. ୨ରୁ ୩ ଦିନ ଟେବଲସ୍ପୁନ୍‌ ଲୁଣରେ ୨ ଟେବଲସ୍ପୁନ୍‌ ମହୁ ମିଶାନ୍ତୁ। ଏଥିରେ ୧ ଟେବଲସ୍ପୁନ୍‌ ପୁଦିନା ରସ ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। କିଛି ସମୟ ପାଇଁ ପାଦରେ ଲଗାଇ ସ୍କ୍ରବ୍‌ କରନ୍ତୁ। ପରେ ନଖ ଉଷୁମ ପାଣିରେ ପାଦ ଧୁଅନ୍ତୁ।
  3. ଗିନାରେ ୨ ଟେବଲସ୍ପୁନ୍‌ ରନ୍ଧା ଓଟ୍‌ସ୍‌ ଏବଂ ୪ ଚାମଚ ଅଲିଭ ଅଏଲ ରଖି ମିଶାନ୍ତୁ। ଏଥିରେ ୭-୮ ବୁନ୍ଦା ଲାଭେଣ୍ଡର ଏସେନ୍‌ସିଅଲ ଅଏଲ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶ୍ରଣ କରିବା ପରେ ୧୦ ମିନିଟ୍‌ ଯାଏ ପାଦକୁ ସ୍କ୍ରବ୍‌ କରନ୍ତୁ। ଏହାପରେ ନଖ ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ।
  4. ଏକ ଚାମଚ ଖାଇବା ସୋଡ଼ାରେ ୧ ଟେବଲସ୍ପୁନ୍‌ ବାଦାମ ପାଉଡର, ୨-୩ ଟେବଲସ୍ପୁନ୍‌ ମେୟୋନେଜ୍‌  ମିଶ୍ରଣ କରନ୍ତୁ। ଏହି ମିଶ୍ରଣକୁ ପାଦରେ ୧୦ ମିନିଟ୍‌ ଯାଏ ସ୍କ୍ରବ୍‌ କରନ୍ତୁ। ପରେ ଉଷୁମ ପାଣିରେ ପାଦକୁ ବୁଡ଼ାଇ ରଖନ୍ତୁ। ପରେ ପାଦରେ କ୍ରୀମ୍‌ ଲଗାନ୍ତୁ।
  5. ଏକ ଗିନାରେ ୨ ଟେବଲସ୍ପୁନ୍‌ କଫି ସହିତ ୩ ଟେବଲସ୍ପୁନ୍‌ ଲେମ୍ବୁ ରସ ପକାନ୍ତୁ। ଏଥିରେ ୨ ଟିସ୍ପୁନ୍‌ ଘି’ କୁଆଁରୀ ରସ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶ୍ରଣ କରିବା ପରେ ପାଦକୁ ସ୍କ୍ରବ୍‌ କରନ୍ତୁ। ଏପରି ୫-୧୦ ମିନିଟ୍‌ କରିବା ପରେ ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ।
  6. ୨ ଟେବଲସ୍ପୁନ୍‌ ଚାଉଳ ଗୁଣ୍ଡରେ ୧ ଟିସ୍ପୁନ୍‌ ବେସନ ମିଶାନ୍ତୁ। ଏବେ ଏଥିରେ ୨ ଟେବଲସ୍ପୁନ୍‌ କ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶ୍ରଣ କରିବା ପରେ ହାଲୁକା ଭାବେ ପାଦରେ ମାଲିସ କରନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହାକୁ ଏପରି ରଖନ୍ତୁ। ଏହା ପରେ ଉଷୁମ ପାଣିରେ ପାଦ ଧୁଅନ୍ତୁ। ପାଦ ଶୁଖିବା ପରେ ପାଦରେ କ୍ରୀମ୍‌ ଲଗାନ୍ତୁ।
  7. ୨ ଚାମଚ ଚିନି ଗୁଣ୍ଡ, ୧ ଚାମଚ କମଳା ଚୋପା ଗୁଣ୍ଡ ଓ ଗୋଲାପ ଜଳ ମିଶାନ୍ତୁ। ଏହି ୩ଟି ଜିନିଷକୁ ମିଶାଇ ୧୦ ମିନିଟ୍‌ ଯାଏ ସ୍କ୍ରବ୍‌ କରନ୍ତୁ। ଏହା ପରେ ଉଷୁମ ପାଣିରେ ପାଦ ଧୁଅନ୍ତୁ।

Post a Comment

0 Comments